Tue. Jul 28th, 2026

ମହିଳାଙ୍କ ଅପହରଣ ମାମଲାରେ ବଲିଉଡ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ନାର୍କୋ ଟେଷ୍ଟ ଲାଗି ମନା କଲେ ମ୍ୟାଜିଷ୍ଟ୍ରେଟ୍

398 Views

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ବିରୁଦ୍ଧରେ ଅପହରଣ ମକଦ୍ଦମା ଚାଲିଛି। ପୁଲିସ ପକ୍ଷରୁ ନ୍ୟାୟାଳୟରେ ଅଭିଜିତ୍‌ଙ୍କ ନାର୍କୋ ଟେଷ୍ଟ ଲାଗି ଆବେଦନ କରାଯାଇଲା। ନ୍ୟାୟାଳୟ ପୁଲିସର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ଜଣାଯାଇଛି।

ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ନାର୍କୋ ଟେଷ୍ଟ ଦେବାକୁ ମନା କରିବା ପରେ ନ୍ୟାୟାଳୟ ଏହି ଶୁଣାଣି କରିଥିଲେ। ଦିଲ୍ଲୀର କାଲକାଜି ଥାନାରେ ଜଣେ ମହିଳାଙ୍କ ଅପହରଣ ଘଟଣାରେ ଅଭିଜିତ୍ ସଂଶ୍ଳିଷ୍ଟ ବୋଲି ସନ୍ଦେହ କରାଯାଇଛି। ଏଥିପାଇଁ ପୁଲିସ ତାଙ୍କର ନାର୍କୋ ଟେଷ୍ଟ କରିବାକୁ ଚାହୁଁଥିଲେ।

ମେଟ୍ରୋପଲିଟନ୍ ମ୍ୟାଜିଷ୍ଟ୍ରେଟ୍ ମନୀଷ ଖୁରାନାଙ୍କ ସମ୍ମୁଖରେ ଉପସ୍ଥିତ ରହି ଅଭିଜିତ୍ କହିଥିଲେ ଯେ ତାଙ୍କର କିଡନି ଓ ହୃଦ୍‌ରୋଗ ଅଛି। ଏଣୁ ସେ ନାର୍କୋ ଟେଷ୍ଟ ଦେଇପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଣେ ବ୍ୟକ୍ତି ରାଜି ନ ହେଲେ,ତା’ର ନାର୍କୋ ଟେଷ୍ଟ୍ କରାଯାଇପାରିବ ନାହିଁ। ଏହାଆଗରୁ ଅଭିଜିତ୍ ଏକାଧିକ ବାର ବିବାଦରେ ଫସି ଚର୍ଚ୍ଚାକୁ ଆସିଛନ୍ତି।

By amfnews

Related Post