Sat. Apr 25th, 2026

ମହାରାଷ୍ଟ୍ର ବିଜେପିର ବିଜୟ ପ୍ରସ୍ତୁତି, ୫୦୦୦ ହଜାର ଲଡୁ ପାଇଁ ଦିଆଗଲା ବରାଦ

237 Views

ମୁମ୍ବାଇ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଭୋଟ୍‌ ଗଣିତି ଚାଲିଥିବା ବେଳେ ମୁମ୍ବାଇ ମୁଖ୍ୟାଳୟରେ ବିଜେପି ‘ବିଜୟ’ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ବିଜେପି-ଶିବସେନା ବିଜୟୀ ହେବାର ସମ୍ଭାବନା ଥିବା କଥା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ କହିଛନ୍ତି।

ଉଭୟ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ଉତ୍ତମ ପ୍ରଦର୍ଶନ କରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ସୂଚନା ଦେଇଛି। ଖବରରୁ ଜଣାପଡ଼ିଛି ଯେ ବିଜେପି କର୍ମକର୍ତ୍ତାମାନେ ୫୦୦୦ ଲଡୁ ପାଇଁ ବରାଦ ଦେବା ସହ ଗଣତି ଦେଖିବା ପାଇଁ ଗୋଟାଏ ବଡ଼ ସ୍କ୍ରିନ୍‌ ଲଗାଇଛନ୍ତି। ଫୁଲମାଳ ପାଇଁ ବି ବରାଦ ଦିଆଯାଇଛି ବୋଲି ବୁଧବାର ଦିନ ଜଣେ ଦଳୀୟ କର୍ମୀ କହିଥିଲେ।

ଦକ୍ଷିଣ ମୁମ୍ବାଇସ୍ଥିତ ମନ୍ତ୍ରାଳୟ ବା ରାଜ୍ୟ ସଚିବାଳୟ ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ୧୦ଟା ପରେ ଏକତ୍ର ହେବାକୁ ଦଳୀୟ କର୍ମୀମାନଙ୍କୁ କୁହାଯାଇଛି। ବୁଧବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଉତ୍ତରାଖଣ୍ଡର ପ୍ରସିଦ୍ଧ ହିମାଳୟୀ ପୀଠ କେଦାରନାଥରେ ପ୍ରାର୍ଥନା କରିଛନ୍ତି। ସମୁଦାୟ ୨୮୮ ସଦସ୍ୟବିଶିଷ୍ଟ ସଦନ ପାଇଁ ଅକ୍ଟୋବର ୨୧ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯାଇଥିଲା। ୬୧. ୧୩% ମତଦାନ ହୋଇଥିଲା।

By amfnews

Related Post