Fri. Sep 11th, 2026

ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ, ପାଞ୍ଚଜଣ କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ

282 Views

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟ୍‌ର ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନାଭାଇରସ୍ ଟେଷ୍ଟ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସେ ମନ୍ତ୍ରୀଙ୍କ ପାଇଁ କାମ କରୁଥିବା ପାଞ୍ଚଜଣ କର୍ମଚାରୀ ମଧ୍ୟ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ‌ହୋଇଛନ୍ତି। ସମ୍ପୃକ୍ତ ମନ୍ତ୍ରୀ ଏବଂ ତାଙ୍କ କର୍ମଚାରୀମାନଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କୁ ଏକାନ୍ତବାସରେ ରଖାଯାଇଛି।

ନଭେଲ୍ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହେବାରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏହା ହେଉଛି ତୃତୀୟ ମାମଲା।

ମେ ମାସର ଆଦ୍ୟ ଭାଗରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀ ଅଶୋକ ଚବନ ସଂକ୍ରମଣ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି। ଏପ୍ରିଲ୍ ମାସରେ ଗୃହନିର୍ମାଣ ମନ୍ତ୍ରୀ ଜିତେନ୍ଦ୍ର ଅୱଧ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିଲେ। ପ୍ରାୟ ଏକ ମାସ ପରେ ମୁମ୍ବାଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିବା ପରେ ଅୱଧ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିଲେ।

ମହାରାଷ୍ଟ୍ରରେ ଏବେ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ‌ବ୍ୟକ୍ତିଙ୍କ ଆରୋଗ୍ୟ ହାର ୪୭.୦୨% ଏବଂ ମୃତ୍ୟୁହାର ୩.୦୭%ରେ ରହିଛି।

By amfnews

Related Post