Thu. May 14th, 2026

ମହାରାଷ୍ଟ୍ରରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଏବଂ ଧୂମପାନ କଲେ ଜେଲ୍ ଜରିମାନା ହେବ

295 Views

ମୁମ୍ବାଇ: ରାଜ୍ୟରେ ମାରାତ୍ମକ କରୋନାଭାଇରସ୍ ବିସ୍ତାର ଦମନ କରିବାର ଅଂଶବିଶେଷ ଭାବେ ମହା ବିକାଶ ଅଘାଦି ସରକାର ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା, ଧୂମପାନ କରୁଥିବା କିଂବା ନାକ ସଫା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ଏହି ନିଷେଧାଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତି ଜେଲ୍ ଦଣ୍ଡଦିଆଯିବ। ଥରେ ଧରା ପଡ଼ିଲେ ଛଅ ମାସ ଜେଲ୍ ଏବଂ ବାରମ୍ବାର ଧରାପଡ଼ିଲେ ଦୁଇ ବର୍ଷ ଜେଲ୍ ଦଣ୍ଡ ବିଧାନ ହେବ।

ମହାରାଷ୍ଟ୍ର ରାଜ୍ୟର ଜନସ୍ବାସ୍ଥ୍ୟ ବିଭାଗ ମହାମାରୀ ରୋଗ ଆଇନ, ୧୮୯୭ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଏବେ ଠାରୁ ଏହାକୁ ଲାଗୁ କରିଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବମ୍ବେ ପୁଲିସ ଆଇନ ଆଧାରରେ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ସମ୍ପ୍ରତି ୧୦୦୦ ଟଙ୍କା ରୁ ୫୦୦୦ ଟଙ୍କା ଯାଏଁ ଜରିମାନା କରାଯାଉଛି।

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଯୋଗୁଁ କୋଭିଡ୍-୧୯ ସଂକ୍ରମଣ ବ୍ୟାପୀବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାରାଷ୍ଟ୍ର ରାଜ୍ୟ ଜନସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଦେଶର ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ସକ୍ରିୟ କରୋନାଭାଇରସ୍ ସଂକ୍ରମଣ ମାମଲା ଥିବାରୁ ରାଜ୍ୟ ସରକାର ସର୍ବସାଧାରଣରେ ଛେପ ପକାଇବା ଓ ଧୂମପାନ କରିବା ବିରୋଧରେ ଏଭଳି କଠୋର ଆଇନ ପ୍ରଣୟନ କରିବାକୁ ସ୍ଥିର କରିଛନ୍ତି।

By amfnews

Related Post