Sat. Aug 15th, 2026

ମହାରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁ ହେବ ନାହିଁ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

250 Views

ମୁମ୍ବାଇ: ମହାରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ‘ସିଏଏ’, ‘ଏନ୍‌ଆର୍‌ସି’ କିଂବା ‘ଏନ୍‌ପିଆର୍‌’ ପ୍ରଣୟନ କରିବା ନ କରିବା ଉପରେ ନିଷ୍ପତ୍ତି ଗ୍ରହଣ କରିବାରେ ମହାରାଷ୍ଟ୍ର ହେଉଛି ସଦ୍ୟତମ ରାଜ୍ୟ।

କିନ୍ତୁ, ନାଗରିକ ସଂଶୋଧନ ଆଇନ୍‌ ବା ‘ସିଏଏ’ ପ୍ରତି ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦାର ମନୋଭାବ ପୋଷଣ କରିଛନ୍ତି। ସେ କହିଛନ୍ତି, ‘ସିଏଏ’ କୌଣସି ଭାରତୀୟଙ୍କର ନାଗରିକତ୍ୱ ରଦ୍ଦ କରୁନାହିଁ।

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ ଏକ ସାକ୍ଷାତ୍‌କାରରେ ଠାକ୍‌ରେ ଏ କଥା କହୁଥିବା ଶୁଣାଯାଉଛି। ରବିବାର ଦିନ ଏହି ସାକ୍ଷାତ୍‌କାରର ‘ପ୍ରମୋ’ ରିଲିଜ୍‌ ହୋଇଛି।

ପାର୍ଲାମେଣ୍ଟ୍‌ରେ ଆଗତ ହେବା ସମୟରୁ ନାଗରିକତା ସମ୍ବନ୍ଧୀୟ ଆଇନ ତୀବ୍ର ପ୍ରତିବାଦର ସମ୍ମୁଖୀନ ହୋଇ ଆସୁଛି। ‘ସିଏଏ’ ପ୍ରଣୟନ ବିରୋଧରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ମଧ୍ୟ ତା’ର ଅସନ୍ତୋଷ ବ୍ୟକ୍ତ କରିଥିଲା। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହି ଆଇନକୁ ତୀବ୍ର ବିରୋଧ କରୁଛନ୍ତି।

‘ସିଏଏ’ ବିରୋଧରେ ଜାନୁଆରି ୧୪ ତାରିଖ ଦିନ ପିନରାୟି ବିଜୟନ ନେତୃତ୍ୱାଧୀନ କେରଳ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ କି, ‘ସିଏଏ’ ଭାରତର ସମ୍ବିଧାନ ପ୍ରଦାନ କରିଥିବା ସମାନତା ଅଧିକାରର ବିରୁଦ୍ଧାଚରଣ କରୁଛି।

By amfnews

Related Post