Fri. Jul 3rd, 2026

ମହାନଦୀକୁ ଗାଧୋଇବାକୁ ଯାଇଥିଲେ, ମିଳୁନି ପତ୍ତା

167 Views

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡ଼ାରେ  ଗାଧୋଉଥିବା ବେଳେ ଜଣେ ୧୨ ବର୍ଷର ନାବାଳକ ନିଖୋଜ ହୋଇଯାଇଛନ୍ତି।  ନିଖୋଜ ନାବାଳକଙ୍କ ନାଁ ରୁଦ୍ର ନାରାୟଣ ଦାସ। ତାଙ୍କ ଘର ରାହାଡ଼ିଙ୍ଗା ଗାଁରେ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ରୁଦ୍ର କୋଟକଣାସ୍ଥିତ ନିଜ ମାମୁ ଘରେ ରହି ପାଠ ପଢ଼ୁଥିଲେ।

ଗତକାଲି ମଧ୍ୟାହ୍ଣରେ ରୁଦ୍ର  ନିଜ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧନତାବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତାଙ୍କ ସାଙ୍ଗମାନେ ଭୟରେ ଗାଁକୁ ପଳାଇ ଆସିଥିଲେ। ତେବେ ରୁଦ୍ର ଘରକୁ ନ ଫେରିବାରୁ  ତାଙ୍କ ମାମୁ ଘର ଲୋକେ  ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା। ଏନେଇ ସେମାନେ ତିର୍ତ୍ତୋଲ ଅଗ୍ନିଶମ ସେବା ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ ରୁଦ୍ରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ ।  ସନ୍ଧ୍ୟା ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା ।  ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

By amfnews

Related Post