Wed. Jul 15th, 2026

ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

326 Views

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ସମୟରେ ଦ୍ବିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଆଜି ସକାଳେ ସେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଜି ସକାଳେ ନରେନ୍ଦ୍ର ମୋଦୀ ରାଜଘାଟସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାପରେ ଦିଲ୍ଲୀସ୍ଥିତ ‘ଅଟଳ ସ୍ମୃତି’ରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଜାରି ହୋଇଥିବା ଭିଡିଓରେ ମୋଦୀ ଦୁଇ ହାତ ଯୋଡ଼ି ଅଟଳ ସ୍ମୃତି ମଣ୍ଡପରେ ଚାରିପଟେ ବୁଲି ୨ ଥର ମୁଣ୍ଡିଆ ମାରିଛନ୍ତି । ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ମୋଦୀ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ମୋଦୀ ବୀର ସୈନିକମାନଙ୍କୁ ମନେ ପକାଇଛନ୍ତି । ସେ ଜାତୀୟ ଯୁଦ୍ଧ ସ୍ମାରକୀସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଜେପି ନଡ୍ଡା, ପୀୟୁଷ ଗୋୟଲ ଓ ଗିରିରାଜ ସିଂହ ମଧ୍ୟ ଅଟଳ ବିହାରୀ ବାଜପେୟୀ ସ୍ମୃତିପୀଠରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

By amfnews

Related Post