Fri. Apr 24th, 2026

ମସ୍‌ଜିଦ୍‌ ଛାତରୁ ମିଳିଥିବା ମୃତ କୁନିଝିଅର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ସତ; ଦୁଷ୍କର୍ମ ପରେ ହୋଇଛି ହତ୍ୟା

323 Views

ଗଜିଆବାଦ୍‌: ଉତ୍ତରପ୍ରଦେଶର ଗଜିଆବାଦ୍‌ ଜିଲ୍ଲାରେ ଥିବା ମୁରୁଦାନଗରର ଏକ ସମ୍‌ଜିଦ୍‌ ଛାତ ଉପରୁ ରବିବାର ଏକ ୭ ବର୍ଷୀୟା ଝିଅର ମୃତ ଶରୀର ଉଦ୍ଧାର କରାଯାଇଥିଲା। ପୁଲିସ୍‌ ଝିଅଟିର ମୃତଦେହ ଉଦ୍ଧାର କରି ଶରୀର ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସୋମବାର ଜାଣିବାକୁ ମିଳିଛି ଯେ ଉକ୍ତ ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଛି।

ଝିଅଟି ସଂପୃକ୍ତ ଅଞ୍ଚଳର ଏକ ମୁସଲ୍‌ମାନ ପରିବାରର। ଶନିବାର ଅପରାହ୍ନ ୧୨.୪୫ ସମୟରେ କେଉଁ ଆଡ଼େ ହଜି ଯାଇଥିଲା। ଝିଅଟିର ବାପାଙ୍କ କହିବା ମୁତାବକ ସେମାନେ ସମସ୍ତେ ମିଶି ତାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳର ଗଳି କନ୍ଦି ଖୋଜିବାକୁ ଲାଗିଥିଲେ। ପରିବାର ଲୋକ ଖୋଜି ପାଇବାରେ ବିଫଳ ହେବାରୁ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ସେହି ଦିନ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା

ରବିବାର ସଂଧ୍ୟା ପ୍ରାୟ ୫.୪୫ ସମୟରେ ଛାତ ଉପରୁ ଏକ ମାଙ୍କଡ଼ ଡେଇଁଥିଲା। ମାଙ୍ଗଡ଼ ଡେଇଁବା ଶବ୍ଦ ଶୁଣି ମସ୍‌ଜିଦ୍‌ ଛାତକୁ ଧାଇଁ ଯାଇଥିଲେ। ସେଠାରେ ଯାଇ ଦେଖିଲା ବେଳକୁ ଝିଅଟିର ମୃତ ଶରୀର ପଡ଼ି ରହିଥାଏ। ପ୍ରାର୍ଥନା କରିବାକୁ ଯାଇଥିବା ଲୋକେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ମସ୍‌ଜିଦ୍‌ ପରି ଏକ ଧାର୍ମିକ ସ୍ଥାନରୁ ମୃତଦେହ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତ କରି ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ଝିଅଟିର ଗଳା ଚିପା ଯାଇ ହତ୍ୟା କରାଯାଇଛି। ଶରୀର ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତି ହେବା ପରେ ଘଟଣା ସ୍ପଷ୍ଟ ହୋଇଛି।

By amfnews

Related Post