Tue. Sep 29th, 2026

ମଶାଣିରୁ ମିଳିଲା ନବଜାତ ଶିଶୁ କନ୍ୟା

250 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ମଶାଣିରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯାଇଥିବା ବେଳେ ସେଠାରେ ସେ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ ପଡ଼ିଥିବା ଏକ ବ୍ୟାଗ୍‌ରୁ ନବଜାତକୁ ଉଦ୍ଧାର କରିଥିଲେ। ଶିଶୁଟି ଦେହରେ ପିମ୍ପୁଡି ଲାଗିଯାଇଥିଲା। ପରେ ମହିଳା ଜଣଙ୍କ ଛୁଆଟିକୁ ତାଙ୍କ ଘରକୁ ନେଇ  ଯାଇଥିଲେ। ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାଯାଇଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିବାଅନୁଯାୟୀ, ଶିଶୁକନ୍ୟାଟିକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବ। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଶିଶୁଟିକୁ କେଉଁ ପରିସ୍ଥିତିରେ କିଏ ଶ୍ମଶାନରେ ଛାଡି ଚାଲିଯାଇଛି ସେ ନେଇ ତଦନ୍ତ ହେବ।

By amfnews

Related Post