Fri. Apr 24th, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୧୦ ଜଣଙ୍କର ପ୍ରାଣହାନି

239 Views

କଚ୍ଛ, ଡିସେମ୍ବର ୩୧ : ଗୁଜୁରାଟର କଚ୍ଛ ଜିଲ୍ଲାର ଉଚାଉ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପରିବାର ଏକ ଏସୟୁଭି କାରରେ ଯାତ୍ରା କରୁଥିଲେ। ଏହି କାରଟି ଦୁଇଟି ଟ୍ରକ୍‌ ମଝିରେ ଫସିଯାଇଥିଲା। ଫଳରେ ଦୁର୍ଘଟଣା ଘଟିଲା।

ୟୁଏସଭି କାରରେ ମୋଟ ୧୧ ଜଣ ଯାତ୍ରୀ ଥିଲେ।ପୁଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପଛ ପଟରୁ ଆସୁଥିବା ଏକ ଟ୍ରକ୍‌ ବି କାର୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପରିବାରର ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ନିଜ ଗୃହ ନଗର ଭୁଜକୁ ଯାଉଥିଲେ। ଘରକୁ ଫେରିବା ବାଟରେ ଉଚାଉ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ପୀଡିତ ପରିବାରକୁ ସମସ୍ତ ପ୍ରକାରର ଜରୁରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post