Thu. Aug 27th, 2026

ମନ୍ଦିରରୁ ମାଇକ୍‌ ଖୋଲିବା ବେଳେ ବିଜୁଳି ଆଘାତରୁ ଯୁବକ ମୃତ

339 Views

କୋରେଇ: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ଥାନା ଅଧୀନ ଶାଳକଣା ଗ୍ରାମରେ ମନ୍ଦିରରୁ ମାଇକ୍‌ ସେଟ୍‌ ଖୋଲୁଥିବା ବେଳେ ବିଜୁଳି ଆଘାତରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତି ଜଣକ ହେଉଛନ୍ତି ଅଜୟ କୁମାର ସ୍ୱାଇଁଙ୍କ ୨୧ ବର୍ଷିୟ ସାନପୁଅ କାଳିନ୍ଦୀ। କାଳିନ୍ଦୀ ଗୋଟାଏ ଟେଣ୍ଟ୍‌ ହାଉସ୍‌ରେ କାମ କରନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସେ ଗାଁରେ ଥିବା ମହାଦେବ ମନ୍ଦିରରେ ମାଇକ୍‌ ସେଟ୍‌ ଲଗାଇଥିଲେ। ପୂଜା ଶେଷ ହେବା ଉତ୍ତାରୁ ଗତ ବିଳମ୍ବିତ ରାତ୍ରୀରେ ସେ ମନ୍ଦିରରୁ ମାଇକ୍‌ ଖୋଲୁଥିଲେ। ବିଜୁଳି ଖୁଣ୍ଟରୁ ମାଇକ୍‌ ସେଟ୍‌କୁ ଆସିଥିବା ବିଜୁଳି ସଂଯୋଗ ଛିନ୍ନ କରିବା ବେଳେ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଳିନ୍ଦୀଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

By amfnews

Related Post