Thu. May 14th, 2026

ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ୧୦୬ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ ଦାଦାପୁଅ ଭାଇ

310 Views

ମୁମ୍ବାଇ : ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ତାଙ୍କର ଦାଦାପୁଅ ଭାଇ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ ୧୦୬ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ବିଧାନ ପରିଷଦରେ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେଙ୍କ ଅଭିଯୋଗ ଅନୁଯାୟୀ ପାନାସୋନିକ୍‌ ଏଲୁଗା-୧୭ ମୋବାଇଲ୍‌ ଫୋନ୍‌ର ଅନ୍‌ଲାଇନ ମୂଲ୍ୟ ୬ ହଜାରରୁ ୬ ହଜାର ୪ଶହ ଟଙ୍କା ଭିତରେ ରହିଛି। କିନ୍ତୁ ପଙ୍କଜା ମୁଣ୍ଡେ ଏହାକୁ ୮,୭୭୭ ଟଙ୍କାରେ କିଣିଛନ୍ତି।

ପଙ୍କଜା ମୁଣ୍ଡେ ୩୦ଟି ଜିଲ୍ଲାରେ ୮୫,୪୫୨ଟି ଅଙ୍ଗନବାଡି କେନ୍ଦ୍ର ପାଇଁ ୧.୦୨ ଲକ୍ଷ ମୋବାଇଲ୍‌ ଫୋନ୍‌ କିଣିଥିଲେ। ଏହି ଫୋନଗୁଡିକ ଅଙ୍ଗନବାଡି କର୍ମଚାରୀଙ୍କୁ ସିମ୍‌କାର୍ଡ ଓ ଇଣ୍ଟରନେଟ୍‌ ପ୍ୟାକ୍‌ ସହିତ ଦିଆଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ବେଙ୍ଗଲୁରୁସ୍ଥିତ ମେସର୍ସ ସିଷ୍ଟେକ୍‌ ଆଇଟି ସଲ୍ୟୁସେନ୍‌ ପ୍ରାଇଭେଟ୍‌ ଲିମିଟେଡଠାରୁ ୫ ହଜାର ୧୦୦ ଅତିରିକ୍ତ ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ମଧ୍ୟ କିଣିଥିଲେ । ଏହି ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ଧନଞ୍ଜୟ ମୁଣ୍ଡେ।

By amfnews

Related Post