Fri. Sep 4th, 2026

ମନ୍ତ୍ରୀଙ୍କ ପୁଅର ଗାଡ଼ି ଯାଞ୍ଚ ନ କରିବାରୁ ୩ ପୁଲିସ୍ ନିଲମ୍ୱିତ

299 Views

ପାଟନା  : କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱୀନୀ ଚୌବେଙ୍କ କାର୍‌ ଯାଞ୍ଚ ନକରିବାରୁ ଗତକାଲି ନିଲମ୍ୱିତ ହୋଇଛନ୍ତି ବିହାରର ୩ ପୁଲିସ୍। ଅଶ୍ୱିନୀ ଚୈବେଙ୍କ ପୁଅ ଅରଜିତ ଚୌବେ ତାଙ୍କ ଜେଜେ ମାଆ ଏବଂ ମା’ଙ୍କୁ ନେଇ କାର୍‌ରେ ଯାଉଥିଲେ। ଅରଜିତଙ୍କ କାର୍‌ରେ ଟିଣ୍ଟେଡ(ରଙ୍ଗୀନ) କାଚ ଲାଗିଥିବାରୁ ଗାଡ଼ି ଚେକିଂ ଦାୟିତ୍ୱରେ ଥିବା ୩ ପୁଲିସ୍ ଅଧିକାରୀ କାର୍‌ର କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାପରେ ମନ୍ତ୍ରୀଙ୍କ ପୁଅ କାଗଜପତ୍ର ନଦେଖାଇ ଡ୍ରାଇଭିଂ କରି ପଳାଇଥିଲେ ବୋଲି ସୂଚନା ରହିଛି।

ଏହାପରେ ପାଟନା ପୁଲିସ୍ କମିଶନର ଆନନ୍ଦ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଏସଏସପି ସବ୍‌- ଇନିସପେକ୍ଟର ଦେବପପାଳ ପାଶ୍ୱାନ୍ ଏବଂ କନଷ୍ଟେବଲ ଦିଲ୍ଲୀପ ଚନ୍ଦ୍ର ସିଂହ ଏବଂ ପପୁ କୁମାରଙ୍କୁ ନିଲମ୍ୱିତ କରିଛନ୍ତି।

ସୂଚନାଯୋଗ୍ୟ, ଯେଉଁ କାର୍‌ରେ ରଙ୍ଗୀନ କାଚ( ଟିଣ୍ଟେଡ କାଚ) ଲାଗିଥିବ ସେହି କାର୍‌ର କାଗଜପତ୍ର ଯାଞ୍ଚ କରିବା ସହିତ ଜୋରିମାନା ଆଦାୟ କରିବା ପାଇଁ ପାଟନା ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତିନି ପୁଲିସ କର୍ମଚାରୀ ପାଟନା ପୁଲିସ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବାରେ ବିଫଳ ହୋଇଥିଲେ। ସେପ୍ଟେମ୍ୱର ପହିଲାରୁ ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ବଡ଼ ଆକାରର ତଣ୍ଡ ଗଣୁଛନ୍ତି।

By amfnews

Related Post