Sat. Aug 15th, 2026

ମଧ୍ୟାହ୍ନ ଭୋଜନ ଖାଇ ୨୭ ଛାତ୍ରୀ ଅସୁସ୍ଥ

297 Views

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ମା’ ଅମ୍ବିକା ଏଲ୍‌ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ୨୭ ଜଣ ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ କରଞ୍ଜିଆସ୍ଥିତ ପାଞ୍ଚପୀଢ଼ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ପ୍ରାୟ ୨ଟା ବେଳେ ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ସଜନା ଶାଗ, ସୋୟାବିନ୍‌ ଓ ମଟର ଆଳୁ ତରକାରୀ ଦିଆଯାଇଥିଲା। ତେବେ, ଖାଇ ସାରିବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ।

By amfnews

Related Post