Thu. Oct 8th, 2026

ମଧ୍ୟପ୍ରଦେଶର ବିଜେପି ବିଧାୟକ କହିଲେ,‘ ମୁଁ ଜଣେ ଆଦିବାସୀ, ଗରିବ ମାତ୍ର ବିକ୍ରିଯୋଗ୍ୟ ନୁହେଁ ’

213 Views

ନୂଆଦିଲ୍ଲୀ  :  ନିକଟରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମହାମେଣ୍ଟ ସରକାର ଧରାଶାୟୀ ହେବା ପରେ ଉଭୟ ଦଳ ପକ୍ଷରୁ ଅଭିଯୋଗ ଆସିଲା ଯେ ବିଜେପି ସେମାନଙ୍କ ବିଧାୟକମାନଙ୍କୁ କିଣିବାକୁ ଚାହୁଁଛି। କିନ୍ତୁ ବିଜେପି ଏକଥା ଅସ୍ୱୀକାର କରିଥିଲା।

ଏଣେ ମଧ୍ୟପ୍ରଦେଶର କଂଗ୍ରେସ ପାର୍ଟି ଉପରେ ଅଭିଯୋଗ ଆଣିଛି ବିଜେପି ଯେ କଂଗ୍ରେସ, ବିଜେପି ବିଧାୟକମାନଙ୍କୁ କିଣିବାକୁ ପ୍ରଚେଷ୍ଟା କରୁଛି। ନିଜେ ବିଜେପି ବିଧାୟକ ସୀତାରାମ ଆଦିବାସୀ ଏଭଳି ଅଭିଯୋଗ ଆଣିଛନ୍ତି। ବିଜୟପୁରର ବିଜେପି ବିଧାୟକ ସୀତାରାମ ଆଦିବାସୀଙ୍କ ଅଭିଯୋଗ ଅନୁଯାୟୀ କଂଗ୍ରେସ ପାର୍ଟି ତାଙ୍କୁ ଦଳ ବଦ ଳ କରିବା ଲାଗି ଅର୍ଥ ଦେବାଲାଗି ପ୍ରସ୍ତାବ ଦେଇଛି।

କଂଗ୍ରେସ ଦଳର ନେତା କହିଛନ୍ତି ଯେ ଆପଣ ପ୍ରଥମେ ଦଳ ବଦଳ କରନ୍ତୁ, ତା’ପରେ ଆପଣ ଯାହା ଚାହିଁବେ,ତାହା ଆମେ ଦେବୁ।’ ହେଲେ ସୀତାରାମ କହିଛନ୍ତି ଯେ ସେ ଜଣେ ଆଦିବାସୀ,ଗରିବ ମାତ୍ର ବିକ୍ରିଯୋଗ୍ୟ ନୁହଁନ୍ତି। ସେ ବିଜେପିରେ ହିଁ ରହିବେ ବୋଲି ରୋକଠୋକ୍‌ ଜଣାଇ ଦେଇଛନ୍ତି।

ସୀତାରାମ କହିଛନ୍ତି ଯେ କଂଗ୍ରେସର କେତେକ ମନ୍ତ୍ରୀ ତାଙ୍କୁ ହୋଟେଲରେ ବସି କଥା ହେବା ଲାଗି ପ୍ରସ୍ତାବ ଦେଇଥିଲେ, ମାତ୍ର ତାଙ୍କୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଲାଖନ ସିଂହ ଦାବି କରିଥିଲେ ଯେ ବିଜେପି ର ୬ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।

By amfnews

Related Post