Tue. Sep 8th, 2026

ମଧୁ ବାବୁଙ୍କୁ ଭାରତ ରତ୍ନ ଦାବି ଜୋର ଧରିଲା

432 Views

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଦାବି ଜୋର ଧରିଛି । ରାଜ୍ୟରେ ଥିବା ସମସ୍ତ ଓକିଲ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଓ ରାଜ୍ୟପାଳଙ୍କୁ ପତ୍ର ଲେଖିବାକୁ ଲୟର୍ସ ଗ୍ରୁପ୍ ପକ୍ଷରୁ ନିବେଦନ କରାଯାଇଛି। ମଧୁ ବାବୁଙ୍କ ୧୭୧ତମ ଜୟନ୍ତୀ ତଥା ଓକିଲ ଦିବସ ଅବସର‌େର ସବୁ ଆଇନଜୀବୀ ଏହି ଅଭିଯାନରେ ସାମିଲ ହେବାକୁ ଲୟର୍ସ ଗ୍ରୁପ୍‌ ପକ୍ଷରୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦାବି କରି ଲୟର୍ସ ଗ୍ରୁପ୍ ପକ୍ଷରୁ ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକତାରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ ଅଭିଯାନ କରିବା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦସ୍ତଖତ ଅଭିଯାନ ଜାରି ରଖିଛି। ଲୟର୍ସ ଗୃପ୍ର ଆବାହାକ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟର ସମସ୍ତ ଆଇନଜୀବୀ ସାମିଲ ହେବାକୁ ଏହାର ଉପଦେଷ୍ଟା ତଥା ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଦୁର୍ଗାମାଧବ ମିଶ୍ର ନିବଦେନ କରିଛନ୍ତି ।

By amfnews

Related Post