Sat. Sep 5th, 2026

ମଦ ପିଇ ଦୋକାନରେ ଗଡ଼ୁଥିଲେ ପୁଲିସ୍‌ ବାବୁ,ତାପରେ…

247 Views

ବାରିପଦା : ମଦ ପିଇ ରାସ୍ତା କଡ଼ ଦୋକାନରେ ଗଡ଼ୁଥିଲେ ଏସ୍‌ଆଇ।  ଖବର ଗଲା ଏସ୍‌ପିଙ୍କ ନିକଟକୁ।  ଏପରି ଘଟଣା ନଜରକୁ ଆସିବା ପରେ ପୁରା ପୁଲିସ୍‌ ଡିପାର୍ଟମେଣ୍ଟକୁ ବଦନାମ କରୁଥିବା ଏପରି ପୁଲିସ୍‌ ବାବୁଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ଏସ୍‌ପି।  ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ସୂଚନା ଅନୁଯାୟୀ, ବେତନଟୀ ଥାନା ଏସ୍‌ଆଇ ସଚ୍ଚିଦାନନ୍ଦ କିଶାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ ମଦ ପିଇ ଗଡ଼ୁଥିଲେ। ଏନେଇ ଲୋକେ ପ୍ରତିବାଦ କରିବା ସହ ଏସଆଇଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏହାସହ ଏସ୍‌ପିଙ୍କୁ  ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏସ୍‌ଆଇଙ୍କୁ ନେଇ ଯାଇଥିଲେ। ଏହି ସମୟରେ ଏସ୍‌ଆଇ ମଦ ପି‍ଇବାକୁ ନେଇ ପୁଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା।


ଏସ୍‌ପି ଏହି କଥା ଜାଣିବା ପରେ ଏସ୍‌ଆଇଙ୍କୁ ନିଲମ୍ବନ କରିଥିଲେ। ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ନିଜ ଟ୍ୱିଟର ପେଜରେ ଟ୍ୱିଟ୍ କରିଥିଲେ ଏସ୍‌ପି।
ପୂର୍ବରୁ ମଧ୍ୟ ସଚ୍ଚିଦାନନ୍ଦ ଲାଞ୍ଚ ନେବା ଅଭିଯୋଗରେ ଧରାପଡି ନିଲମ୍ବିତ ହେବା ସହ ଜେଲ୍‌ ଯାଇଥିଲେ। ସେ ସମୟରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଥିଲେ ସଚ୍ଚିଦାନନ୍ଦ। ସେହି ଘଟଣାର କିଛି ଦିନ ପରେ ପୁଣି ବେତନଟୀ ଥାନାରେ ନିଯୁକ୍ତି ପାଇଥିଲେ।

By amfnews

Related Post