Tue. Sep 15th, 2026

ମଦ୍ୟପର ଉନ୍ମତ୍ତକାଣ୍ଡ; ଅଖଣ୍ଡ ଦୀପ ଲିଭାଇଲା, ଦେବୀଙ୍କ ଫୁଲମାଳ ଛିଡ଼ାଇଲା

366 Views

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଗବାହାଲ ଗାଁ ନିକଟରେ ଥିବା ବନଦୁର୍ଗା ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ ନବରାତ୍ରୀ ପୂଜା ଚାଲିଥିବା ବେଳେ ଜଣେ ମଦ୍ୟପ ହଠାତ୍‌ ପଶିଯାଇ ଅଖଣ୍ଡ ଦୀପ ଗୁଡ଼ିକୁ ଲିଭାଇ ଦେଇଥିଲା। ଏଥିସହ ଦେବୀଙ୍କ ଫୁଲମାଳ ଛିଣ୍ଡାଇ ଦେଇଥିଲା। ଏହା ସହିତ କଳସ ଗୁଡ଼ିକୁ ମଧ୍ୟ ଲାତ ମାରିଥିଲା।

ଏହି ଘଟଣା ପରେ ଆଜି ସକାଳେ ପୁଣି ଥରେ ଶୁଦ୍ଧି କରାଯାଇ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ମଦ୍ୟପ ଜଣକ ପଡ଼ୋଶୀ ଗାଁର ବୋଲି ଜଣାପଡ଼ିଛି। ତେବେ ପୂଜା ସରିବା ପର୍ଯ୍ୟନ୍ତ ମନ୍ଦିରକୁ ସୁରକ୍ଷା ଦେବାକୁ ପୂଜା କିମିଟି ପକ୍ଷରୁ ଥାନାରେ ଦାବି କରାଯାଇଛି।

By amfnews

Related Post