Fri. Aug 14th, 2026

ମତଦାନ ପୂର୍ବରୁ ମକ୍‌ ପୋଲ୍‌

298 Views

ଭୁବନେଶ୍ୱର: ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍‌ପୋଲ୍‌’ କରାଇବାକୁ ଭାରତର ନିର୍ବାଚନ କମିସନ୍‌ ନିର୍ଦେଶ ଦେଇଛନ୍ତି।

ପ୍ରକୃତ ମତଦାନ ଆରମ୍ଭ ହେବାର ୯୦ ମିନିଟ ବା ଦେଢ଼ଘଣ୍ଟା ପୂର୍ବରୁ ଏହି ‘ମକ୍‌ ପୋଲ୍‌’ କରାଯିବ। ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ନିର୍ଦେଶ ଦିଆଯାଇଥିବା କଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀ ଜଣାଇଛନ୍ତି।

By amfnews

Related Post