Thu. Aug 13th, 2026

ମଣିପୁର-ତ୍ରିପୁରା କ୍ୟାର୍ଡରର ଆଇଏଏସ ଏଏନ ହେଲେ ଦେଶର ଅର୍ଥସଚିବ

371 Views

ନୂଆଦିଲ୍ଲୀ: ଅଜୟ ନାରାୟଣ ଝା, ୧୯୮୨ ବ୍ୟାଚ୍‌ର ମଣିପୁର-ତ୍ରିପୁରା କ୍ୟାର୍ଡର ଏହି ଆଇଏଏସ ଅଫିସର ଦେଶର ପରବର୍ତ୍ତୀ ଅର୍ଥ ସଚିବ ହେବେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବନେଟ କମିଟି ଅଜୟ ନାରାୟଣ ଝାଙ୍କ ନାମରେ ମୋହର ମାରିଛି। ୧୯୮୧ ବ୍ୟଚର ଗୁଜରାଟ କ୍ୟାର୍ଡର ଆଇଏଏସ ଅଫିସର ତଥା ଅର୍ଥ ସଚିବ ହସ୍‌ମୁଖ ଦାହିଆ ଗତ ନଭେମ୍ବର ମାସ ୩୦ ତାରିଖ ଦିନ ଅବସର ନେଇଥିବା ପରିପ୍ରେକ୍ଷୀରେ ତାଙ୍କ ସ୍ଥାନରେ ଶଅ୍ର ଝାଙ୍କୁ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ଝା କେନ୍ଦ୍ର ସରକାରଙ୍କ ଅଧୀନରେ ଏକ୍‌ସପେଣ୍ଡିଚର ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ଝା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ବିଶ୍ୱବ୍ୟାଙ୍କ ସ୍କଲାରସିଫ୍‌ ପାଇ କାନଡାର ମାକ୍‌ଗିଲ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍‌ ପଲିସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

By amfnews

Related Post