Fri. Jul 24th, 2026

ମଝିରୁ ଭାଙ୍ଗିଲା ପୋଲ, ଗଳିପଡ଼ିଲା କାର୍

299 Views

ଜୁନାଗଡ଼  :   ରବିବାର ଗୁଜରାଟର ଜୁନାଗଡ଼ଠାରେ ଏକ ପୋଲ ଭାଙ୍ଗିଯିବାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏଥିପାଇଁ ଭୟଙ୍କର ଲାଗୁଛି ଯେ ପୋଲ ଉପରେ ୪ଟି କାର୍‌ ଯାଉଥିବା ସମୟରେ ମଝିରେ ରାସ୍ତାରେ ହଠାତ୍ ପୋଲଟି ଭାଙ୍ଗିଯାଇ ନଦୀ ମଝିରେ ପଡ଼ିଥିଲା।

ଭାଗ୍ୟ ଭଲ ଯେ ଏତେବଡ଼ ଦୁର୍ଘଟଣାରେ କାହାର ଜୀବନ ଯାଇନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ପୋଲଟି ଗଳିପଡ଼ିବା ପରେ ରାସ୍ତାରେ ୫୦୦ ମିଟର ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଥିଲା।। ମୂଷଳଧାରାରେ ବର୍ଷା ହୋଇ ପୋଲ ତଳୁ ମାଟି ଧସିଯାଇଥିବାରୁ ଏପରି ହୋଇଛି ବୋଲି କୁହାଯାଉଛି। ତେବେ ଏହି ଘଟଣାରେ ପୁଲିସ୍ ତଦନ୍ତ ଜାରି ରଖିଛି।

By amfnews

Related Post