Mon. Sep 28th, 2026

ଭୋର୍‌ ୫ଟାରେ କଟକ ବଡ଼ ଡାକ୍ତରଖାନା ଗସ୍ତକରି ସ୍ୱାସ୍ଥ୍ୟସେବା ତଦାରଖ କଲେ ୫-ଟି ସଚିବ

391 Views

କଟକ: ବୁଧବାର ଭୋର୍‌ ପାଞ୍ଚଟାରେ ୫ଟି ସଚିବ ଭି. କେ. ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମିହିର୍ଦା, ଏନ୍‌ଆର୍‌ଏଚ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପହଞ୍ଚି ଏଠାକାର ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି।

ଏଠାରେ ପ୍ରାୟ ଦେଢ଼ ଘଣ୍ଟା ବିତାଇ ଥିବା ତଦାରଖକାରୀ ଟିମ୍‌ ବଡ଼ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ବୁଝାବୁଝି କରିଥିବା ସହ ଏସ୍‌ସିବିର ଡିନ୍‌ ଡାକ୍ତର ଜୟଶ୍ରୀ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଫେସର୍‌ ସରୋଜକାନ୍ତ ସାହୁ, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଫେସର ସିବିକେ ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ସହ ବଡ଼ ଡାକ୍ତରଖାନାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫ଟି ସଚିବ ଅନୁଧ୍ୟାନ କରିଛନ୍ତି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ହେବାକୁ ଥିବା ବୈଠକରେ ୫ଟି ସଚିବ ଏବଂ ଅନ୍ୟ ଅଧିକାରୀମାନେ ଏସ୍‌ସିବିର ବିକାଶ ନିମନ୍ତେ ତା’ର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ଆଲୋଚନା କରିବେ।

By amfnews

Related Post