Fri. Jun 12th, 2026

ଭୋଟ୍‌ଦାତାଙ୍କୁ ଧନ୍ୟବାଦ ଜଣାଇବାକୁ ବାରାଣସୀରେ ମୋଦୀ

324 Views

ନୂଆଦିଲ୍ଲୀ: ପ୍ରାୟ ୫ ଲକ୍ଷ ଭୋଟ୍‌ରେ ବିଜୟୀ ହେବା ପରେ ଭୋଟ୍‌ଦାତାମାନଙ୍କୁ ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତାଙ୍କର ନିର୍ବାଚନ ମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି।

ସହରର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ମୋଦୀ ପୂଜା କରିଛନ୍ତି। ତାଙ୍କ ସାଥିରେ ଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମନ୍ଦିର ମଧ୍ୟରେ ମୋଦୀଙ୍କର ପୂଜାର୍ଚ୍ଚନା ଦୃଶ୍ୟର ପ୍ରସାରଣ ଲାଗି କାଶୀ ବିଶ୍ୱନାଥ ମନ୍ଦିର ଦୁଆରେ ଗୋଟାଏ ଏଲ୍‌ଇଡି ଲଗାଯାଇଛି।

ରାସ୍ତାପାର୍ଶ୍ୱରେ ଧାଡ଼ିବାନ୍ଧି ଠିଆ ହୋଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ସମଗ୍ର ଅଞ୍ଚଳକୁ ବିଜେପି ପତାକା, ରିବନ, ବୁଦ୍ଧ ତଥା ଅନ୍ୟାନ୍ୟ ଦେବପ୍ରତିମା ଦ୍ୱାରା ସଜା ଯାଇଛି। ‘ମୋଦୀ’, ‘ମୋଦୀ’… ଉଚ୍ଚାରଣରେ ସମଗ୍ର ବାତାବରଣ ପ୍ରକମ୍ପିତ ହେଉଛି।

କାଶୀର ଭୋଟ୍‌ଦାତାମାନଙ୍କୁ ଧନ୍ୟବାଦ ଜଣାଇବାକୁ ମୋଦୀ ୫ କିଲୋମିଟରର ରୋଡ୍‌ସୋ’ କରିବା ସହ ଦୀନଦୟାଲ୍‌ ହସ୍ତକଲ ସଙ୍କୁଲ ଠାରେ ବିଜେପି କର୍ମୀମାନଙ୍କୁ ଉଦ୍‌ବୋଧନ ଦେବେ।

By amfnews

Related Post