Sat. Oct 3rd, 2026

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ସୁନା

545 Views

ଲୁଟେରା ମାନେ ବିମାନକୁ ଏକ ମାଧ୍ୟମ ଭାବରେ ସୁନା ଚୋରାଚାଲାଣ କରିବାକୁ ଗ୍ରହଣ କରୁଥିବାର ଦେଖାଦେଇଛି। ଭୁବନେଶ୍ୱର ବିମାନବନ୍ଦରରୁ ବାରମ୍ବାର ସୁନା ଜବତ ହେଉଛି। ପୁଣି ଥରେ ସୋମବାର ସେଠାରୁ ୫ଟି ସୁନା ବିସ୍କୁଟକୁ ଜବତ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ଏହାର ମୂଲ୍ୟ ୧ କୋଟି ୮୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ୫.୮୨କେଜି ଓଜନର ହୋଇଥିବା ଜଣାପଡିଛି । ବ୍ୟାଙ୍କକରୁ କୁଆଲାମପୁର ବାଟ ଦେଇ ଭୁବନେଶ୍ୱରକୁ ଏହି ସୁନା ବିସ୍କୁଟ ଜୋତାରେ ଲୁଚାଇ ଅଣାଯାଉଥିଲା ବୋଲି ଗୁଇନ୍ଦା ବିଭାଗ ପ୍ରକାଶ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ଏହା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ୧୪ ଥର ସୁନା ଜବତ ହୋଇଛି।

Related Post