Thu. Sep 10th, 2026

ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀଙ୍କ ଘର ସମେତ ତିନିଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ

335 Views

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କ ଘର ସମେତ ତିନିଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭୁବନେଶ୍ୱର ଭିଜିଲାନସ ପକ୍ଷରୁ ଉଦୟନାଥ ଜେନାଙ୍କ ସୁନ୍ଦରପଦାସ୍ଥିତ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ ଅନ୍ତର୍ଗତ ଏଣ୍ଡୁଳପୁର ଗ୍ରାମରେ ଥିବା ପୈତୃକ ଘର ଓ ତାଙ୍କ ଅଫିସରେ ଚଢଉ ଜାରି ରହିଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହା ଚଢଉ କରାଯାଉଛି।

By amfnews

Related Post