Sun. Jul 5th, 2026

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍

199 Views

ଭୁବନେଶ୍ବର: ଭାରତୀୟ କ୍ରିକେଟ୍ ଟିମ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହା ପରେ ଉଭୟ ଦଳର ଖେଳାଳିମାନେ ସ୍ୱତନ୍ତ୍ର ସୁରକ୍ଷା ଭିତରେ ହୋଟେଲ୍ ମେ ଫେୟାରକୁ ଆସୁଥିବାର ଖବର ମିଳିଛି। ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେ ଫେୟାରରେ ୯୦ଟି ରୁମ୍ ବୁକ୍ ହୋଇଛି । ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିମାନେ କମ୍ ମସଲା ଓ ତେଲରେ ଖାଦ୍ୟ ଖାଇବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ ଖେଳାଯିବ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ,ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

By amfnews

Related Post