Fri. Oct 2nd, 2026

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ

264 Views

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି କରି ଜଣାଇଥିବା ସୂଚନା ମିଳିଛି ।

ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରୁ ସପ୍ତାହରେ ତିନି ଦିନ ବ୍ୟାଙ୍କକକୁ ବିମାନ ଉଡ଼ାଣ କରୁଥିଲା। ସେଥିରେ ୧୮୦ ଜଣ ଯାତ୍ରୀ ଯିବାରେ ସୁବିଧା ଥିଲା।

By amfnews

Related Post