Tue. Jul 14th, 2026

ଭୁବନେଶ୍ବର ଆଇଆଇଟିରେ ୨ ବର୍ଷରେ ୫୮ ପଢ଼ା ଛାଡ଼ିଛନ୍ତି

305 Views

ନୂଆଦିଲ୍ଲୀ  : ଭୁବନେଶ୍ବର ଆଇଆଇଟିରେ ଗତ ଦୁଇ ବର୍ଷରେ ସମୁଦାୟ ୫୮ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପାଠପଢ଼ା ଅଧାରୁ ଛାଡ଼ି ଦେଇଛନ୍ତି। ଏଥିରୁ ସାଧାରଣ ବର୍ଗର ୩୯ ଜଣ ଓ ଆରକ୍ଷଣ ବର୍ଗରୁ ୧୯ ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି। କେନ୍ଦ୍ର ମାବନ ସମ୍ବଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଭୁବନେଶ୍ବର ଆଇଆଇଟି ସମେତ ଦେଶର ୩୧ ଆଇଆଇଟିରେ ଗତ ଦୁଇ ବର୍ଷରେ ସମୁଦାୟ ୨୪୬୧ ଛାତ୍ରଛାତ୍ରୀ ମଝିରୁ ପାଠପଢ଼ା ଛାଡ଼ିଛନ୍ତି।

ଆଇଆଇଟିରେ ମଝିରେ ପାଠ ଛାଡ଼ିବାର ପ୍ରମୁଖ କାରଣ ଗୁଡ଼ିକ ମଧ୍ୟରେ ରହିଛି ବ୍ୟକ୍ତିଗତ କାରଣ, ବିଟେକ୍ ବଦଳରେ ଏମ୍‌ଟେକ ଓ ପିଏଚଡିରେ ନାମ ଲେଖାଇବା, ଅନ୍ୟ କଲେଜକୁ ସ୍ତାନାନ୍ତରିତ ହେବା, ସ୍ବାସ୍ଥ୍ୟଗତ କାରଣ, ପିଜି ପାଠ୍ୟକ୍ରମରେ ଚାକିରି ପାଇବା ତଥା ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବା ଭଳି ବିଭିନ୍ନ କାରଣ ଅନ୍ତର୍ଭୁକ୍ତ।

By amfnews

Related Post