Thu. Oct 1st, 2026

ଭିଜିଲାନ୍ସ ଜାଲରେ ବନବିଭାଗ କଣ୍ଟାମାଲ ଏସଡିଏମ୍‌

331 Views

ବୌଦ୍ଧ : ଜଣେ ଠିକାଦାରଙ୍କ ବିଲ କରାଇଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶା ବନ ଉନ୍ନୟନ ନିଗମର କଣ୍ଟାମାଳ ଏସଡିଏମ ବିକ୍ରମ ସାହୁ। ସୂଚନା ମୁତାବକ ଶ୍ରୀ ସାହୁ ବିଭାଗ ପକ୍ଷରୁ ରୋପଣ ହୋଇଥିବା ଚାରାରେ ପାଣି ଦେବାକୁ ବର୍ଷକୁ ୩୬ ହଜାର ଟଙ୍କାରେ ଠିକା ନେଇଥିବା କଣ୍ଟାମାଳ ରୁଣ୍ଡିମହୁଲ ଗ୍ରାମର ସତ୍ୟନାରାୟଣ ଖଟୁଆଙ୍କ ନିକଟରୁ ବିଲ କରାଇଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶ୍ରୀ ଖଟୁଆ ଭିଜିଲାନ୍ସ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ। ଆଜି ଏସ୍‌ଡିଏମ୍‌ ଶ୍ରୀ ସାହୁ ୧୦୦୦ ଟଙ୍କା ଗ୍ରହଣ କରିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଉଦ୍ଧାର କରିଥିଲେ।

By amfnews

Related Post