Thu. Oct 15th, 2026

ଭିଜିଲାନ୍ସ ଜାଲରେ ଡିଏଫ୍ଓ ଓ ରେଞ୍ଜର

186 Views

ବ୍ରହ୍ମପୁର  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ, କ୍ୱାର୍ଟର୍ସ, ଦିଗପହଣ୍ଡି ରେଞ୍ଜ୍ ଅଫିସ୍ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ଉ କରିଥିଲା।

ସେହପରି ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥାଙ୍କ ଘରେ ଓ ଅଫିସ୍‌ରେ ବି ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କ ଅଫିସ୍ ଓ ବାସଭବନରେ ଭିଜିଲାନ୍ସର ୭ ଜଣିଆ ଟିମ୍ ରେଡ୍ କରିଥିଲା। ଏହି ଦୁଇ ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି।

By amfnews

Related Post