Fri. Jul 3rd, 2026

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

270 Views

ଖୋର୍ଧା , ଡିସେମ୍ବର ୧୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ବାସଗୃହ ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କର ସମ୍ପର୍କୀୟ ଘର ଉପରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଏଥିରେ ଶ୍ରୀ ବେହେରାଙ୍କର ପ୍ରାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା କୁହାଯାଉଛି।

ସୂଚନାନୁଯାୟୀ, ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଯନ୍ତ୍ରୀ ଶ୍ରୀ ବେହେରାଙ୍କ କଟକ ସରକାରୀ କାର୍ଯ୍ୟାଳୟ ସମେତ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସନ୍ନିକଟ ୫୭ ନଂ ଜାତୀୟ ରାଜପଥ କଡ଼ ସ୍ଥିତ ବାସଗୃହ ଏବଂ ଟାଙ୍ଗୀ ଚାନ୍ଦପୁର ସ୍ଥିତ ପୈତୃକ ଘର ଉପରେ ଏକକାଳୀନ ଚଢ଼ଉ ହୋଇଥିଲା। ତାଙ୍କ ଖୋର୍ଧା ବାସଭବନର ମୂଲ୍ୟ ୧.୧ କୋଟି ହୋଇଥିବା ବେଳେ ତାଙ୍କ ନିକଟରୁ ୬୫ ହଜାର ନଗଦ ଟଙ୍କା, ୧.୬୨ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫.୧୬ ଲକ୍ଷ ଟଙ୍କାର ବୀମା, ୧୦ ଲକ୍ଷ ଟଙ୍କାର କାର ଏବଂ ୫୦ ହଜାର ଟଙ୍କାର ଏକ ବାଇକ୍ ଠାବ କରାଯାଇଛି। ଏହି ଚଢ଼ଉରେ ନୟାଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ଶିଶିର କୁମାର ଭୋଇଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ସାମିଲ ଥିଲେ।

By amfnews

Related Post