Thu. Jun 11th, 2026

ଭାଲୁ କାମୁଡ଼ାରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

190 Views

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଅଞ୍ଚଳରେ ପୁଣି ଭାଲୁ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ କାଠପାଳ ଗ୍ରାମର ଯାଦବ ବେହେରା(୫୫) ଶୌଚ ପାଇଁ ଗ୍ରାମରାସ୍ତାରେ ଯିବା ସମୟରେ ଭାଲୁ ଆକ୍ରମଣ କରିଥିଲା l

ଆଜି ଭୋର ସମୟରେ ସେ ନିଜଘର ପାଖରୁ ପ୍ରାୟ ୧୦୦ ମିଟର ଯିବାପରେ ଭାଲୁଟି ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ସମୟରେ ବନ୍ୟ ବିଭାଗ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ବନପାଳ କଳାକର ପ୍ରଧାନ ଚିକିତ୍ସାରେ ସହଯୋଗ କରିଥିଲେ l

Image result for india bear

ସୂଚନାଯୋଗ୍ୟ ଏଭଳି ଘଟଣା ଏହି ଅଞ୍ଚଳରେ କ୍ରମାଗତଭାବେ ଘଟି ଚାଲିଥିଲେ ବି ସେଥିପ୍ରତି କାହାର ନଜର ନାହିଁ। ଲୋକେ ସଚେତନ ହେଉନାହାନ୍ତି କି ବନ୍ୟ ବିଭାଗ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇ ପାରୁ ନଥିବା କୁହାଯାଉଛି।

By amfnews

Related Post