Sun. Sep 13th, 2026

ଭାରିଯାନ ଚଳାଚଳ ଉପରେ କଟକଣା

392 Views

ଢେଙ୍କାନାଳ: ମୋଟରଯାନ ନିୟମ ୧୯୮୮ ଧାରା ୧୧୫ ଏବଂ ଓଡିଶା ମୋଟରଯାନ ନିୟମ ୧୭୩ର ଉପଧାରା-୧ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଲାଉଲେଇ ଠାରୁ ତିଳପଦା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ ନୂତନ ଭାବେ ନିର୍ମିତ ସଡକରେ ମାଲ୍ ବୋଝେଇ  ଭାରିଯାନ ଟ୍ରକ୍, ଟ୍ରେଲର ଆଦି ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି  ।

ଟ୍ରାଫିକ୍ ସମସ୍ୟା ଏବଂ ନୂତନ ଭାବେ ନିର୍ମିତ ଏହି ରାସ୍ତାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆଦେଶନାମା ଜାରି କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି  ।  ଏହି ଆଦେଶନାମା ଜୁନ୍ ୨୯ ତାରିଖ ଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ  ।

Related Post