Fri. May 22nd, 2026

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ଗୁୁୁରୁତର ରାଉରକେଲା ସରକାରୀ ଡାକ୍ତରଖାନା ଓ ଆଇଜିଏଚରେ ଭର୍ତ୍ତି

237 Views

ରାଉରକେଲା, ଜାନୁଆରୀ ୧୫ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବନ୍ଧମୁଣ୍ଡା ଡି କେବିନ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନିଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୭ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଦୁଇ ଗୁରୁତରଙ୍କୁ ଆଇଜିଏଚ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଆଜି ରାଉରକେଲାରୁ ଜରେଇକେଲା ଅଭିମୁଖେ ‘ଖୁସ୍‌ବୁ’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ଯାଉଥିଲା। ହଠାତ୍‌ କେହି କିଛି ବୁଝିବା ପୂର୍ବରୁ ବନ୍ଧମୁଣ୍ଡା ଡି କେବିନ୍‌ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ ଭିତରେ ବସିଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଯାତ୍ରୀଙ୍କୁ ଡାକ୍ତରଖାନା ପଠାଇବାର ବନ୍ଦୋବସ୍ତ କରାଯାଇଥିଲା। ଏହି ଦୁର୍ଘଟଣା ଉତ୍ତ୍ୟକ୍ତ ଲୋକେ ରାଇରକେଲା-ଜରେଇକେଲା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାଉରକେଲା-ବିସ୍ରା ରାସ୍ତାକୁ ଅବରୋଧ କରିଛନ୍ତି।

By amfnews

Related Post