Wed. Oct 14th, 2026

ଭାରସାମ୍ୟ ହରାଇ ଓଲଟି ପଟିଲା ନାଇଟ୍‌କୋଚ ବସ, ୨୫ ଆହତ

317 Views

ଅନୁଗୁଳ : ଆଜି ଭୋର ଭୋରରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ  ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି  ପଡ଼ିଛି। ଏହି ଦୁର୍ଘଟଣାରେ  ବସରେ ଥିବା ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବରପାଇ ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଶିବମ ନାମକଏକ ନାଇଟ କୋଚ୍‌ ବସ  ଭୋର ୩ଟା ବେଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ନିକଟରେ ଯାଉଥିବା ବେଳେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଖବର ପାଇ  ପୁଲିସ, ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରେ କାର୍ଯ୍ୟ କରି ଆହତମାନଙ୍କୁ ଆଣି  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

By amfnews

Related Post