Thu. Jun 11th, 2026

ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଟ୍ରକ୍: ଟମାଟୋ ବୋହି ନେଲେ ଲୋକେ, ଡ୍ରାଇଭର୍ ଏବଂ ହେଲପର୍ ଫେରାର୍

195 Views

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଟ୍ରକ୍ ଓଲଟି ପଡ଼ିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ଟମାଟୋ ବୋଝେଇ ଟ୍ରକ୍ (ଏନ୍ ଏଲ୍ ୦୧ ଏସି-୮୬୮୧) ବ୍ରହ୍ମପୁର ଠାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା। କନିସି ବସଷ୍ଟାଣ୍ଡ ନିକଟରେ ଟମାଟୋ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଏହାଫଳରେ ସେଥିରେ ଥିବା ଟମାଟୋ ବାହାରେ ଏଣେ ତେଣେ ପଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ଟମାଟୋ ବୋହି ନେଇଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଘଟଣାସ୍ଥଳରୁ ଟ୍ରକର ଡ୍ରାଇଭର୍ ଏବଂ ହେଲପର୍ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଖବର ପାଇ ଗୋଳନ୍ଥରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରୁଛି। ଏବେ ଟମାଟୋ କିଲୋଗ୍ରାମ୍ ପିଛା ୬୦ରୁ ୭୦ ଟଙ୍କା ଯାଏଁ ବିକ୍ରି ହେଉଥିବା ହେତୁ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଟ୍ରକରେ କେତେ ପରିମାଣର ଟମାଟୋ  ଥିଲା ତାହା ଜଣାପଡ଼ିନାହିଁ।

By amfnews

Related Post