Sat. Sep 12th, 2026

ଭାରତ ଚୀନ ସୀମାରେ ମୁତୟନ ହେବେ ପ୍ରଥମ ହିମବୀର ମହିଳା ଅଧିକାରୀ ପ୍ରକୃତି

434 Views

ପ୍ରକୃତି ରାୟ ଭାରତ ତିବ୍ଦତ ସୀମା ସୁରକ୍ଷା ପୋଲିସର ପ୍ରଥମ ମହିଳା ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ କାମ୍ବୈଟ୍ ଡ୍ୟୁଟିରେ ମୁତୟନ ହେବାକୁ ଯାଉଛନ୍ତି । ଭାରତ ଚୀନ ସୀମାରେ ମହିଳା ଯବାନମାନଙ୍କୁ ମୁତୟନ କରାଯାଉଥିଲା, ମାତ୍ର କୌଣସି ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଉନଥିଲା । ଏବେ ପ୍ରକୃତି ରାୟ ପ୍ରଥମ ମହିଳା ଅଧିକାରୀ ହେବେ ଯିଏ କି ଭାରତ ଚୀନ ସୀମାରେ ନିଯୁକ୍ତି ପାଇବେ ।
ସୂଚନା ଅନୁସାରେ ପ୍ରକୃତି ଭାରତ ଚୀନ ସମୀାର ସଟେ ନାଥୁ ଲା ଦର୍ରେ ଅଞ୍ଚଳରେ ମୁତୟନ ହେବେ । ଏହି ଅଞ୍ଚଳରେ ବର୍ଷ ତମାମ ପାରଦ ଶୁନ ଡିଗ୍ରୀରୁ ତଳକୁ ରହିଥାଏ । ମୁତୟନ କରାଯିବା ପୂର୍ବରୁ ପ୍ରକୃତିଙ୍କୁ ମସୁରୀ ଠାରରେ କାମ୍ବୈଟ୍ର ବିଶେଷ ପ୍ରଶିକ୍ଷଣ ଦିଆଯିବ । ପ୍ରକୃତିଙ୍କ ବୟସ ଏବେ ମାତ୍ର ୨୫ । ପ୍ରଶିକ୍ଷଣ ସରିଲା ପରେ ପ୍ରକୃତିଙ୍କୁ ସୀମାରେ ମୁତୟନ କରାଯିବ ।
କହିରଖୁଛୁ ପ୍ରକୃତି ରାୟଙ୍କ ଚୟନ ଭାରତ ତିବ୍ଦତ ସୀମା ପୋଲିସରେ ପ୍ରଥମ ଲଢ଼ୁଆ ଅଧିକାରୀଙ୍କ ରୂପରେ ହୋଇଛି । ପ୍ରକୃତି ପ୍ରଥମ ପ୍ରୟାସରେ ହି ସଫଳତା ଲାଭ କରିଥିଲେ । ଗୃହ ମନ୍ତ୍ରଣାଳୟ ପ୍ରଥମଥର ଆଇଟିବିପିରେ ମହିଳାଙ୍କୁ କାମ୍ବୈଟ୍ ଅଫିସର ଭାବେ ନିଯୁକ୍ତି ଦେବାର ନିର୍ଣ୍ଣୟ ନେଇଥିଲା । ଏହାପରେ ପ୍ରକୃତି ୟୁପିଏସ୍ସିର ପ୍ରଥମ ପରୀକ୍ଷା ପାସ୍ କରିଥିଲେ । ଚୀନର ସୀମା ଯେଉଁଠାରେ ଯବାନମାନଙ୍କ ରହିବା ଦୁର୍ବିସହ ହୋଇପଡେ ସେହିଠାରେ ନିଜ ନିଯୁକ୍ତି ପାଇଁ ପ୍ରକୃତି ରାୟ ଆଇଟିବିପିକୁ ଚୟନ କରିଥିଲେ ।

Related Post