Sun. Oct 4th, 2026

ଭାରତ – ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମିଳିପାରେ ପଡିଆରେ ମ୍ୟାଚ ଦେଖିବାକୁ ଅନୁମତି

254 Views

ଚେନ୍ନାଇ, ଫେବୃଆରୀ ୦୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଫେବୃଆରୀ 5 ତାରିଖରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି. ତେବେ ଏହି ମ୍ୟାଚ ଦେଖିବା ନିମନ୍ତେ ଦର୍ଶକଙ୍କୁ ଅନୁମତି ମିଳିପାରେ. ଏ ନେଇ ତାମିଲନାଡୁ କ୍ରିକେଟ ଆସୋସିଏସନର ସେକ୍ରେଟେରୀ ଏସ. ରାମାସ୍ୱାମୀ ସୂଚନା ଦେଇଛନ୍ତି. ତାଙ୍କ କହିବା ଅନୁସାରେ ବିସିସିଆଇ ପକ୍ଷରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା ଏବଂ ଏହି କଲ ପରେ ପଡିଆ ମଧ୍ୟରେ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିପାରେ ବୋଲି ସେ ସୂଚନା ଦେଇଛନ୍ତି. ତେବେ ଏହି ସମ୍ପର୍କରେ କାଲି ସୂଚନା ଦିଆଯିବ ବୋଲି ସେ କହିଛନ୍ତି. ପୂର୍ବରୁ ଏହି ସିରିଜରେ ଦର୍ଶକଙ୍କୁ ପଡିଆ ମଧ୍ୟରେ ମ୍ୟାଚ ଦେଖିବାକୁ ଅନୁମତି ନଥିଲା. ପୂର୍ବରୁ ଇଂଲଣ୍ଡ ଟିମ ଖେଳିଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପଡିଆରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳି ନଥିଲା.

By amfnews

Related Post