Tue. Oct 13th, 2026

ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧାନ୍‌ଓ୍ଵାଙ୍କ ସହ ସ୍ୱଳ୍ପ ସମୟ ପାଇଁ ମିଗ୍‌-୨୧ ଉଡ଼ାଇଲେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ

347 Views

ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧାନ୍‌ଓ୍ଵାଙ୍କ ସହ ସ୍ୱଳ୍ପ ସମୟ ପାଇଁ ଗୋଟାଏ ମିଗ୍‌-୨୧ ଫାଇଟର୍‌ ବିମାନ ଚଳାଇଥିଲେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ।

ପଞ୍ଜାବର ପଠାନକୋଟ୍‌ ଠାରେ ପ୍ରାୟ ଅଧଘଣ୍ଟାଏ ପାଇଁ ସେ ମିଗ୍‌-୨୧ ବିମାନଟିକୁ ଚଳାଇଥିଲେ। ତାଙ୍କ ମୁହଁରେ ଟ୍ରେଡ୍‌ମାର୍କ ହାଣ୍ଡେଲ୍‌ବାର୍‌ ନିଶ ନ ଥିଲେ ବି ଚେହେରା ସ୍ୱାଭାବିକ ଥିଲା।

ଏ ବର୍ଷ ପ୍ରାରମ୍ଭରେ ଭାରତୀୟ ଏବଂ ପାକିସ୍ତାନୀ ଲଢୁଆ ବିମାନ ଘଉଡ଼ା ଘଉଡ଼ି ସମୟରେ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିଲେ।

ଫେବ୍ରୁଆରି ୨୭ ତାରିଖ ଦିନ ଅଭିନନ୍ଦନ ବର୍ତ୍ତମାନ ଚଳାଉଥିବା ଲଢୁଆ ବିମାନଟିକୁ ପାକିସ୍ତାନୀ ସେନା ଗୁଳି କରି ଖସାଇ ଦେବା ପରେ ବନ୍ଦୀକରି ନେଇ ଭୀଷଣ ନିର୍ଯାତନା ଦେଇଥିଲା।

ସେତେବେଳେ ମିଗ୍‌-୨୧ ବାଇସନ୍‌ ଲଢୁଆ ବିମାନ ଉଡ଼ାଉ ଥିଲେ। ବନ୍ଦୀ ହେବାର ଦୁଇ ଦିନ ପରେ ସେ ମୁକ୍ତ ହୋଇଥିଲେ।

୭୩ତମ ସ୍ୱାଧୀନତା ଦିବସ ଅବସରରେ ତାଙ୍କୁ ବୀରଚକ୍ର ସମ୍ମାନ ଅର୍ପଣ କରାଯାଇଥିଲା।

By amfnews

Related Post