Sun. Oct 18th, 2026

ଭାରତୀୟ ବଜାରରେ ହୋଣ୍ଡା ଏକ୍ସ-ବ୍ଲେଡ୍‌ ଏବିଏସ୍‌, ମୂଲ୍ୟ ୮୭,୭୭୬ ଟଙ୍କା

462 Views

ହୋଣ୍ଡା ଏକ୍ସ ବ୍ଲେଡ୍‌ରେ ବର୍ଗର ପ୍ରଥମ ଏଲଇଡି ହେଡଲ୍ୟାମ୍ପ୍‌ ବ୍ୟବହାର କରାଯାଇଥିବା ବେଳେ ସେଥିରେ ୧୬୨ ସିସିର ଏଚ୍‌ଇଟି ଇଂଜିନ ରହିଛି। ଏଥିରେ ଲମ୍ବା ସିଟ୍‌, ସିଲ୍‌ ଚେନ୍‌, ହାଜାର୍ଡ ସ୍ୱିଚ୍‌, ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର୍‌, ଡିଜିଟାଲ୍‌ କ୍ଲକ୍‌ ଓ ଗିୟର ପୋଜିସନ୍‌ ଇଣ୍ଡିକେଟର୍‌ ଆଦି ସୁବିଧା ରହିଛି ।

୫ଟି ଆକର୍ଷଣୀୟ ସ୍ପୋର୍ଟି ରଙ୍ଗ- ମାଟେ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌, ମାଟେ ଫ୍ରୋଜେନ୍‌ ସିଲଭର୍‌ ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍‌ ରେଡ୍‌, ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌ ଓ ମାଟେ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌ରେ ଏହା ଉପଲବ୍ଧ ହେଉଛି । ନୂତନ ବାଇକ୍‌ ସମ୍ପର୍କରେ ମିନୁରୋ କାଟୋ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, ‘୧୫୦-୧୮୦ ସିସି ବର୍ଗରେ ଆମର ସ୍ଥିତିକୁ ସୁଦୃଢ଼ କରି ଏକ୍ସ-ବ୍ଲେଡ୍‌ ଯୁବ ଉତ୍ସାହୀଙ୍କ ପାଇଁ ଅତ୍ୟାଧୁନିକ ଷ୍ଟାଇଲ୍‌ ଓ ସୁପରିୟର ପ୍ରଯୁକ୍ତି ନିର୍ଦ୍ଧାରଣ କରିଛି। ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ପ୍ରଯୁକ୍ତି ଜରିଆରେ ଆମେ ଭାରତୀୟଙ୍କ ବାଇକ୍‌ ଚଲାଇବାର ଢଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛୁ।’’

By amfnews

Related Post