Fri. Jul 24th, 2026
306 Views

ୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ବୁଧବାର ଦିନ ପଦରୁ ହଟାଇ ଦିଆଯାଇଛି। ୨୦୧୮ରେ ପୁରୁଷ ହକି ଦଳର ନୈରାଶଜନକ ପ୍ରଦର୍ଶନ ହେତୁ ଏପରି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ହରେନ୍ଦ୍ରଙ୍କୁ ଭାରତୀୟ କନିଷ୍ଠ ହକି ଦଳର ଦାୟିତ୍ୱ ଦିଆଯାଇଛି।

ବାରମ୍ବାର କୋଚ ପରିବର୍ତ୍ତନ ନେଇ ଚର୍ଚ୍ଚାରେ ରହି ଆସିଥିବା ଭାରତୀୟ ହକିର ସଦ୍ୟତମ ଶିକାର ବନିଛନ୍ତି ହରେନ୍ଦ୍ର ସିଂ।

ହରେନ୍ଦ୍ରଙ୍କୁ ବହିଷ୍କାର ନେଇ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି କି ୨୦୧୮ରେ ଭାରତୀୟ ପୁରୁଷ ହକି ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ,ବରଂ ନୈରାଶ୍ୟଜନକ ଖେଳ ଦେଖାଇଛି। ହକି ଇଣ୍ଡିଆ ଅନୁଭବ କରୁଛି କି କନିଷ୍ଠ ଖେଳାଳିଙ୍କୁ ଏବେ ଠାରୁ ଉତ୍କୃଷ୍ଟ ପ୍ରଶିକ୍ଷଣ ଦିଆଗଲେ ଭବିଷ୍ୟତରେ ସୁଫଳ ମିଳିବ।

ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ପଦବି ଲାଗି ଯୋଗ୍ୟ ପ୍ରର୍ଥୀଙ୍କ ଠାରୁ ଆବେଦନ ଆହ୍ଵାନ କରାଯିବ। ୨୦୧୯ ମାର୍ଚ୍ଚ ୨୩ ରୁ ଆରମ୍ଭ ହେବାକୁ ଯାଉଥିବା ସୁଲତାନ୍‌ ଅଜଲାନ୍‌ ଶାହା କପ୍‌ ଲାଗି ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ଶେଷ ପରେ କୋଚ ନିଯୁକ୍ତି ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ।

By amfnews

Related Post