Sat. Sep 26th, 2026

ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ମହଙ୍ଗା ହେଲା ଭୁଟାନ ଭ୍ରମଣ ଯାତ୍ରା

250 Views

ନୂଆଦିଲ୍ଲୀ : ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ମହଙ୍ଗା ହେଲା ଭୁଟାନ ତୀର୍ଥଯାତ୍ରା। ଭାରତୀୟ ତୀର୍ଥଯାତ୍ରୀ ଭୁଟାନର ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ହେଲେ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଏ ନେଇ ଭୁଟାନର ନିମ୍ନ ସଦନରେ ଗତକାଲି ଏକ ବିଧେୟକ ଗୃହୀତ ହୋଇଛି। ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ପରିବର୍ତ୍ତନ ପାଇଁ ଭୁଟାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।

ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ତୀର୍ଥଯାତ୍ରୀ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ତୀର୍ଥଯାତ୍ରୀ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଭୁଟାନ ସରକାର। ୨୦୧୮ରେ ଭାରତ, ବାଂଲାଦେଶ ଏବଂ ମାଳଦ୍ୱୀପରୁ ୧୦ ପ୍ରତିଶତ ଅଧିକ ତୀର୍ଥଯାତ୍ରୀ ଭୁଟାନ ଆସିଛନ୍ତି ବୋଲି ଜଣାପଡ଼ିଛି।

ଭୁଟାନ ଅଧିକାରୀ ଭାରତ ସରକାରଙ୍କୁ ଆଶ୍ୱସନା ଦେଇ କହିଛନ୍ତି, ନୂଆ ନିୟମ ଅନୁଯାୟୀ ଭାରତୀୟ ପର୍ଯ୍ୟଟକଙ୍କୁ କୌଣସି ଅସୁବିଧା ହେବ ନାହିଁ।

By amfnews

Related Post