Wed. Oct 14th, 2026

ଭାରତୀୟ ଜନତା ପାର୍ଟି ସହିତ ଏକାକୀ ଲଢିପାରିବ ନାହିଁ କଂଗ୍ରେସ : ଏ.କେ.ଆଣ୍ଟୋନି

315 Views

ତିରୁବନନ୍ତପୁରମ୍‌: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ.ଆଣ୍ଟୋନି ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି(ଭାଜପା) ସହିତ ଏକାକୀ ଲଢି ଜୟଯୁକ୍ତ ହୋଇପାରିବ ନାହିଁ କଂଗ୍ରେସ। ଏଣୁ କେବଳ ନିଜ ଦମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାଦିଚ୍ୟୁତ କରିବାରେ ଏକାକୀ କଂଗ୍ରେସ ସକ୍ଷମ ନୁହେଁ ବୋଲି ବି ସେ କହିଛନ୍ତି।
ଏ.କେ.ଆଣ୍ଟୋନି ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶ,ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ବି ଏହାର କମ୍‌ ପ୍ରଭାବ ରହିବ ସାଧାରଣ ନିର୍ବାଚନରେ। କେରଳର ତିରୁବନନ୍ତପୁରମ୍‌ଠାରେ ପ୍ରଦେଶ କଂଗ୍ରେସ କମିଟିର ଏକ ସାଧାରଣ ସଭାରେ ଉଦ୍‌ବୋଧ ଦେଇ ଏକଥା କହିଛନ୍ତ ।କିନ୍ତୁ ଭାଜପାକୁ ହରାଇବା ଲାଗି ଏକ ଶକ୍ତିଶାଳୀ ମେଣ୍ଟର ଆବଶ୍ୟକତା ରହିଛି। ଆଗାମୀ ଲୋକସଭା ନିର୍ବାଚନ କୁ ସେ ‘କୁରୁକ୍ଷେତ୍ର’ ଭଳି ଯୁଦ୍ଧ ସହ ତୁଳନା କରିଛନ୍ତି। ଉତ୍ତର ପ୍ରଦେଶର ମହାମେଣ୍ଟ ନ ହେବା ହେତୁ କଂଗ୍ରେସକୁ ଏକୁଟିଆ ଲଢିବାକୁ ପଡିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଜଣେ ଶକ୍ତିଶାଳୀ ନେତା ଭାବେ ସାମ୍ନାକୁ ଆସିଥିବା ହେତୁ ମୋଦି ତାଙ୍କୁ ଡରୁଛନ୍ତି।

By amfnews

Related Post