Wed. Sep 23rd, 2026

ଭାରତୀୟ ଖାଦ୍ୟ ଭୟଙ୍କର, ମନପସନ୍ଦ ବୋଲି ଲୋକେ ଛଳନା କରୁଛନ୍ତି କହି ବିବାଦୀୟ ହୋଇଛନ୍ତି ଆମେରିକୀୟ ପ୍ରଫେସର୍‌

234 Views

ଓ୍ଵାସିଂଟନ୍‌: ଭାରତୀୟ ଖାଦ୍ୟ ଭୟଙ୍କର ଏବଂ ଲୋକେ ଏହାକୁ ଭଲ ବୋଲି ଛଳନା କରୁଛନ୍ତି ବୋଲି ଟୁଇଟ୍‌ କରି ଜଣେ ଆମେରିକୀୟ ପ୍ରଫେସର ବିବାଦ ଆରମ୍ଭ କରିଛନ୍ତି। ଏଥିପାଇଁ ଅବଶ୍ୟ ତାଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି। ରୁଷ୍‌, ଯୁଦ୍ଧ, ଆଣବିକ ବୋମା ଏବଂ ‘ଦି ଡେଥ୍‌ ଅଫ୍‌ ଏକ୍ସପର୍ଟାଇଜ’ର ଲେଖକ ତଥା ଅଧ୍ୟାପକ ଟମ୍‌ ନିକୋଲାସ୍‌ ନାମକ ସେ ଆମେରିକୀୟ ବ୍ୟକ୍ତି ଟୁଇଟ୍‌ କରିଛନ୍ତି: ଭାରତୀୟ ଖାଦ୍ୟ ଭୟବହ ଅଟେ ଏବଂ ଭଲ ବୋଲି ଛଳନା କରୁ, ନୁହେଁ କି। ଅବଶ୍ୟ ଏ କଥା ସେ ଲୋକମାନଙ୍କ ଆମନ୍ତ୍ରଣ କ୍ରମେ ଲେଖିଛନ୍ତି। ତାଙ୍କୁ କୁହାଯାଇଥିଲା ଖାଦ୍ୟ ସଂକ୍ରାନ୍ତରେ କିଛି ବିବଦମାନ କଥା ଲେଖି ପୋଷ୍ଟ୍‍ କରିବାକୁ।

ଏବଂ ଏ କଥାଟି ବିବାଦୀୟ ହେଲା। ତାଙ୍କୁ ସମାଲୋଚନା କରି ବ୍ରାଭୋ ଟିଭିର ସେଲିବ୍ରିଟି ସେଫ୍‌ ପଦ୍ମା ଲକ୍ଷ୍ମୀ ଲେଖିଛନ୍ତି: ଆପଣଙ୍କ ଜିଭରେ ସ୍ୱାଦକଢ଼ି ନାହିଁକି?

‘ଇମ୍ପିଚ୍‌: ଦି କେସ୍‌ ଏଗେନ୍‌ଷ୍ଟ୍‍ ଡୋନାଲ୍‌ଡ୍‌ ଟ୍ରମ୍ପ୍‌’ ନାମକ ନୂତନ ପୁସ୍ତକର ରଚୟିତା ନିଲ୍‌ କାତିୟାଲ୍‌ ଲେଖିଛନ୍ତି: ଅନ୍‌ଫଲୋ।

ନ୍ୟୁୟର୍କ ଦକ୍ଷିଣ ଜିଲ୍ଲାର ପୂର୍ବତନ ୟୁଏସ୍‌ ଆଟର୍ଣ୍ଣି ପ୍ରୀତ୍‌ ଭରାରା ଲେଖିଛନ୍ତି: ହେ ପ୍ରଭୁ! ଟମ୍‌ ଚିନ୍ତାଧାରା ବଦଳାଇବାକୁ ମୁଁ ଆପଣଙ୍କୁ ଗୋଟାଏ ରେସ୍ତୋରାଁକୁ ନେବି।

ଜଣେ ବ୍ୟକ୍ତି ଲେଖିଛନ୍ତି: ଆପଣ ଖାଦ୍ୟ ଜଗତ୍‌ର ଡୋନାଲ୍‌ଡ୍‌ ଟ୍ରମ୍ପ୍‌।

By amfnews

Related Post