Tue. Aug 4th, 2026

ଭାରତୀୟ ଆକାଶ ସୀମା ଭିତରକୁ ପଶି ଆସିଥିବା ପାକ୍‌ ଏଫ୍‌-୧୬ ବିମାନକୁ ଗୁଳି କରି ଖସାଇ ଦିଆଗଲା

327 Views

ଶ୍ରୀନଗର: ଗତକାଲି ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନ କରିଥିବା ଦୁଃସାହସର ଉଚିତ ଜବାବ ଦେଇଛି ଭାରତ। ପାକିସ୍ତାନ  ବାୟୁ ସେନାର ଏଫ୍‌-୧୬ ଲଢୁଆ ବିମାନ ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ତାହାକୁ ସେନା ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନୀ ଏଫ୍‌-୧୬ ବିମାନଟି ଭାରତୀୟ ସୀମା ଭିତରେ ବୋମା ପକାଇବା ପାଇଁ ଉଦ୍ୟମ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ୨ଟି ଭାରତୀୟ ବାୟୁସେନାର ବିମାନକୁ ଗୁଳି କରି ପାକ୍‌ ସେନା ଖସାଇ ଦେଇଛି ଏବଂ ଜଣେ ଭାରତୀୟ ପାଇଲଟ୍‌ଙ୍କୁ ଗିରଫ କରାଯାଇଛି।

By amfnews

Related Post