Sun. Apr 26th, 2026

ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗ ଶିକ୍ଷକ ବୋଲି କହି ରୁଷୀୟ ମହିଳାଙ୍କୁ ଠକି ଯୁବକ ଗିରଫ

351 Views

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗ ଶିକ୍ଷକ ବୋଲି କହି ଜଣେ ମହିଳାଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କାର ଠକିବା ଅଭିଯୋଗରେ ଭକ୍ତ ଶିକ୍ଷକ ଗିରଫ ହୋଇଥିବା ଜଣାଯାଇଛି।

ଠକାମିର ଶିକାର ହୋଇଥିବା ରୁଷୀୟ ମହିଳା ଫେସବୁକ୍‌ରେ ଅଭିଯୋଗ କରିବା ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ରାଷ୍ଟ୍ରପତି ଭବନର ଓଏସଡି ଅଙ୍କିତ ଜୈନ ଗତ ୧୩ ତାରିଖ ଦିନ ନର୍ଥ ଭେନ୍ୟୁ ଥାନାରେ ଅଭିଯୋଗ କରିଥିଲେ। ତା’ପରେ ଅଭିଯୁକ୍ତ ଠକକୁ ପୁଲିସ ଗିରଫ କରିଥିଲା।

ଗିରଫ ହୋଇଥିିବା ଯୁବକର ନାମ ଅଭିଷେକ। ତା’ର ଘର ଉତ୍ତାରଖଣ୍ଡର ପିଥେଲୋଖର ମେରଠରେ ବୋଲି ଜଣାଯାଇଛି। ଅଭିଷେକ ଉତ୍ତାରଖଣ୍ଡରେ ଡିଭିଣ୍ଡ୍‌ ଯୋଗ ଆଣ୍ଡ ମେଡିଟେସନ୍‌ ନାମକ ଏକ ଆଶ୍ରମର ପରିଚାଳକ। ଏଠାକୁ ବହୁ ବଦେଶୀ ମଧ୍ୟ ଯୋଗ ଶିକ୍ଷା କରିବାକୁ ଆସିଥାନ୍ତି। ଫେସବୁକ୍‌ ଜରିଆରେ ପୀଡ଼ିତା ରୁଷୀୟ ମହିଳା ଅଭିଷେକଙ୍କ ସହ ସଂପର୍କରେ ଆସିଥିିଲେ। ଅଭିଷେକ ନିଜକୁ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଯୋଗ ଶିକ୍ଷକ ବୋଲି କହି ନିଜର ଆଶ୍ରମରେ ଅର୍ଥ ବିନିଯୋଗ କରିବାକୁ କହିଥିଲେ।

ତା’ପରେ ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଠକି ନେଇଥିଲେ ଅଭିଷେକ। ଅଭିଷେକଙ୍କୁ ତାଙ୍କର ଆଶ୍ରମରୁ ହିଁ ଗିରଫ କରାଯାଇଥିଲା। ପୁଲିସ ଅଭିଯୁକ୍ତ ଅଭିଷେକର ଲାପଟପ୍‌ ଆଇଫୋନ୍‌ ବି ଜବତ କରି ତଦନ୍ତ ଚଳାଇଛି।

By amfnews

Related Post