Fri. Jul 24th, 2026

ଭାରତରେ ପ୍ରସିଦ୍ଧ ‘ଜାଗୁଆର ଲ୍ୟାଣ୍ଡ ରୋଭର’ ୫୦୦୦ କର୍ମଚାରୀଙ୍କୁ କରିବ ଛଟେଇ!

277 Views

ଲଣ୍ଡନ, ଜାନୁଆରୀ ୧୧ : ବିଳାସମୟ ବାହନ ଉତ୍ପାଦନକାରୀ କମ୍ପାନୀ ‘ଜାଗୁଆର ଲ୍ୟାଣ୍ଡ ରୋଭର’  ବ୍ରିଟେନ୍‌ରେ ୫୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ। କୁହାଯାଉଛି, ଚୀନରେ ଏହି କମ୍ପାନୀର କାର ବିକ୍ରି ପ୍ରଭାବିତ ହୋଇଛି। ଫଳରେ ଏହି ଛଟାଇ ହୋଇପାରେ। ଟାଟା ମୋଟର୍ସ ସ୍ୱାମୀତ୍ୱ ଏହି କମ୍ପାନୀ ଭାରତରେ ଭଲ ବ୍ୟବସାୟ କରିଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ‘ଜାଗୁଆର ଲ୍ୟାଣ୍ଡ ରୋଭର’ର କାର୍‌ ଗୁଡ଼ିକ ଭଲ ବିକ୍ରି ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ କମ୍ପାନୀ ୫୦୦୦ କର୍ମଚାରୀଙ୍କୁ ଛଟେଇ କରି ୩.୨୦ ମିଲିୟନ ଡଲାର ବଞ୍ଚାଇବାକୁ ଚାହୁଁଛି। ଚୀନରେ କମ ସଂଖ୍ୟାରେ କାର ବିକ୍ରିକୁ ନେଇ କମ୍ପାନୀ ଏଭଳି ପଦକ୍ଷେପ ନେଇପାରେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ, ଟାଟା ମୋଟର୍ସ ସ୍ୱାମୀତ୍ୱ ଏହି କମ୍ପାନୀରେ ୪୦ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ସୂତ୍ର ଅନୁସାରେ ଉତ୍ପାଦନ ପାଇଁ କାରଖାନାରେ କାର‌୍ୟ୍ୟରତ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଅନୁସନ୍ଧାନ ଏବଂ ବିକ୍ରୀ ବିଭାଗରୁ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ।

କମ୍ପାନୀ ପକ୍ଷରୁ ଯଦିଓ ଛଟେଇ ସଂପର୍କରେ କିଛି ବୟାନ ଦିଆଯାଇ ନାହିଁ, ତଥାପି ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନରେ ବିକ୍ରି ହ୍ରାସ ଯୋଗୁଁ ତଥା ଉଇରୋପୀୟ ସଂଘ ଠାରୁ ବ୍ରିଟେନ ବାହାରିଯିବା ଯୋଗୁଁ ଏମିତି ପଦକ୍ଷେପ କରାଯାଉଥାଇପାରେ। ସୂଚନାଯୋଗ୍ୟ ବ୍ରିଟେନ ଗତ ବର୍ଷ ମାର୍ଚ୍ଚ ୨୯ରେ ଉଇରୋପୀୟ ସଂଘରୁ ଓହରି ଯାଇଥିଲା। ଏହାରି ଭିତରେ କମ୍ପାନୀ ଗତ ବର୍ଷ ଅକ୍ଟୋବରରେ ୧.୬୦ ମିଲିୟନ ଡଳାର ପୁଞ୍ଜି ନିବେଶରେ ପଶ୍ଚିମ ସ୍ଲୋଭାକିଆରେ କାରଖାନା ପ୍ରତିଷ୍ଠା କରି ସାରିଛି।

By amfnews

Related Post