Fri. Jul 3rd, 2026

ଭାରତରେ କରୋନାଭାଇରସ୍: ୮୩୫୬ ଆକ୍ରାନ୍ତ, ୭୧୫ ସୁସ୍ଥ ଓ ୨୭୩ ମୃତ

205 Views

ନୂଆଦିଲ୍ଲୀ: ଏପ୍ରିଲ୍ ୧୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୩୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୧୯ ଜଣ, ଗୁଜରାଟରେ ୨୨ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୧ଜଣ କର୍ଣ୍ଣାଟକରେ ୬ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୩୬ ଜଣ, ମହାରାଷ୍ଟ୍ରରେ ୧୨୭ ଜଣ, ଓଡ଼ିଶାରେ ୧ଜଣ, ପଞ୍ଜାବରେ ୧୧ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୦ ଜଣ, ତେଲେଙ୍ଗାନାରେ ୯ ଜଣ, ଉତ୍ତରପ୍ରଦେଶରେ ୫ ଜଣ ଏବଂ ପଶ୍ଚମବଙ୍ଗରେ ୫ ଜଣ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୩୮୧), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୯), ବିହାର (୬୩), ଚଣ୍ଡିଗଡ଼ (୧୯), ଛତିଶଗଡ଼ (୧୮), ଦିଲ୍ଲୀ (୧୦୬୯), ଗୋଆ (୭), ଗୁଜରାଟ (୪୩୨), ହରିୟାଣା (୧୭୭), ହିମାଚଳ ପ୍ରଦେଶ (୩୨), ଜମ୍ମୁ ଓ କଶ୍ମୀର (୨୦୭), ଝାଡ଼ଖଣ୍ଡ (୧୩) କର୍ଣ୍ଣାଟକ (୨୧୪), କେରଳ (୩୬୪), ଲଦାଖ (୧୫), ମଧ୍ୟପ୍ରଦେଶ (୫୩୨), ମହାରାଷ୍ଟ୍ର (୧୭୬୧), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୫୦), ପୁଦ୍ଦୁଚେରୀ (୭), ପଞ୍ଜାବ (୧୫୧), ରାଜସ୍ଥାନ (୭୦୦), ତାମିଲନାଡୁ (୯୬୯), ତେଲେଙ୍ଗାନା (୫୦୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୪୫୨) ଓ ପଶ୍ଚିମବଙ୍ଗ (୧୩୪) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୧), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦), ଚଣ୍ଡିଗଡ଼ (୭), ଛତିଶଗଡ଼ (୯), ଦିଲ୍ଲୀ (୨୫), ଗୋଆ (୫), ଗୁଜରାଟ (୪୪), ହରିୟାଣା (୨୯), ହିମାଚଳ ପ୍ରଦେଶ (୬), ଜମ୍ମୁ ଓ କଶ୍ମୀର (୬), କର୍ଣ୍ଣାଟକ (୩୭), କେରଳ (୧୨୩), ଲଦାଖ (୧୦), ମହାରାଷ୍ଟ୍ର (୨୦୮), ମଣିପୁର (୧), ଓଡ଼ିଶା (୨), ପୁଦ୍ଦୁଚେରୀ (୧), ପଞ୍ଜାବ (୫), ରାଜସ୍ଥାନ (୨୧), ତାମିଲନାଡୁ (୪୪), ତେଲେଙ୍ଗାନା (୪୩), ଉତ୍ତରାଖଣ୍ଡ (୫), ଉତ୍ତରପ୍ରଦେଶ (୪୫) ଓ ପଶ୍ଚିମବଙ୍ଗ (୧୯) ।

By amfnews

Related Post