Fri. Jul 31st, 2026

ଭାରତରତ୍ନ ଅଟଳ ବିହାରୀଙ୍କ ବିୟୋଗରେ ଶୋକ ରାଉରକେଲା ଟ୍ୟାକ୍ସ ବାର୍ ଆସୋସିଏସନର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

331 Views

ରାଉରକେଲା, ୧୮ା୮ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶସାରା ଶୋକାକୁଳ ପରିବେଶ । ରାଷ୍ଟ୍ରୀୟ ଶୋକ ଦିବସ ୭ ଦିନ ପର୍ଯ୍ୟନ୍ତ ପାଳନ କରାଯାଉଛି । ଅନେକ ରାଜ୍ୟ ସରକାର ୧୭.୮.୧୮ ତାରିଖ ଦିନକୁ ଛୁଟି ଘୋଷଣା କରିଛନ୍ତି । ୧୬.୮.୧୮ ତାରିଖ ସନ୍ଧ୍ୟା ୫ଟା ୫ ମିନିଟ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ବେଳକୁ ଦେଶବାସୀ ଟିଭି ସମ୍ମୁଖରେ ଭିଡ ଜମାଇଥିଲେ । ରାଉରକେଲା ଟ୍ୟାକ୍ସ ବାର୍ ଆସୋସିଏସନର ସଭାଗୃହରେ ଯେଉଁ ପରିବେଶ ସୃଷ୍ଟି ହୋଇଥିଲା ଯେପରି ସମସ୍ତେ ଅତ୍ୟନ୍ତ ଶୋକରେ ଦୁଃଖିତ, ମର୍ମାହତ ଓ ବିଚଳିତ ଥିଲେ । ଏଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶୋକସଭାରେ ସଭାପତିତ୍ୱ କରିଥିବା ରାଧେଶ୍ୟାମ ଅଗ୍ରୱାଲ ପଞ୍ଚଜନ୍ୟ ପତ୍ରିକା ପ୍ରଦର୍ଶିତ କରି ଭାରତରତ୍ ବାଜପେୟୀଙ୍କ ଉପରେ ଅନେକ ଅଜଣା କଥା ନିଜର ବକ୍ତବ୍ୟରେ ସ୍ଥାନ ଦେଇଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ, ଡ.ପଦ୍ମଲୋଚନ ରାଉତ, ହେମନ୍ତ କୁମାର ବେହେରା, ପ୍ରଶାନ୍ତ ପୃଷ୍ଟି, ସୁବାଷ ଅଗ୍ରୱାଲ, ଦିଲୀପ ଅଗ୍ରୱାଲ, ମାନସ ଧର, ଶିବ ଶରଣ ମିଶ୍ର, ଜି.କେ. ସିଂହ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକସଭା ପ୍ରାରମ୍ଭରେ ୩ ଥର ଓଁମ ସ୍ୱର ଉତ୍ତୋଳନ ସହ ୩ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍ପୂର୍ବରୁ ଭାରତରତ୍ନ ଅଟଳ ବିହାରୀଙ୍କ ଫଟୋ ଚିତ୍ରରେ ସମସ୍ତ ସଦସ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶୋକ ସଭାରେ ଚଞ୍ଚଲ କେଡିଆ, ନରେଶ ଅଗ୍ରୱାଲ, ସ୍ୱାହଗ ପଟେଲ, ଦ୍ୱିତକୃଷ୍ଣ ପ୍ରଧାନ, ଉତ୍ତମ ରାୟ, ପ୍ରଦୀପ୍ତ ରାଉତ, ଅତୁଳ କାକର୍ଡ, ପ୍ରଦୀପ ଯାଦବ, ସଞ୍ଜୟ ମିଶ୍ର, ସୁରେନ୍ଦ୍ର ପ୍ରଜାପତି ପ୍ରମୁଖ ଉପସ୍ଥିତ ଥିଲେ ।

Related Post