Sat. Jun 13th, 2026

ଭାଗ୍ୟ ମାଝୀଙ୍କୁ ମିଳିଲା ସହାୟତା

266 Views

ଦେବଗଡ଼: ଅସହାୟ ଅବସ୍ଥାରେ ପର କୁଡ଼ିଆରେ ଆଶ୍ରା ନେଇଥିବା ଦେବଗଡ଼ ପୌରାଞ୍ଚଳ ଓ୍ଵାର୍ଡ ନଂ.୭ ଗୋବିନ୍ଦପୁର ନିବାସୀ ଭାଗ୍ୟ ମାଝୀଙ୍କୁ ମିଳିଛି ସହାୟତା। ତାଙ୍କର କେହି ନିଜର ନ ଥିବା ବେଳେ ଜଣେ ଜଣେ ବ୍ୟକ୍ତିଙ୍କ ଭଙ୍ଗା କୁଡ଼ିଆରେ ଆଶ୍ରା ନେଇଥିଲେ। ପୂର୍ବରୁ ମିଳୁଥିବା ଚାଉଳ ମୁଠାଏ ବି ବନ୍ଦ ହୋଇଯାଇଥିବା ବେଳେ କେବଳ ଭତ୍ତା ବାବଦ ମିଳୁଥିବା ୩୦୦ ଟଙ୍କା ହିଁ ତାଙ୍କ ସାହା ଭରସା ଥିଲା।

ଫଳରେ ଅର୍ଦ୍ଧାହାର ଓ ଅନାହାର ଯୋଗୁଁ ଶରୀର ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏ ନେଇ ଗତ ଜୁଲାଇ ୪ ତାରିଖରେ ‘ସମ୍ବାଦ’ରେ ଭାଗ୍ୟଙ୍କ ସଂପର୍କରେ ପ୍ରକାଶ ପାଇବା ପରେ ସରକାରୀ ଅଧିକାରୀମାନେ ତାଙ୍କ ନିକଟକୁ ପହଞ୍ଚି ଅବସ୍ଥା ସଂପର୍କରେ ବୁଝାସୁଝା କରିଥିଲେ। ଶୁକ୍ରୁବାର ପ୍ରଶାସନ ପକ୍ଷରୁ ଯୋଗାଣ ନିରୀକ୍ଷକ ସାଲୁ ଟୁଡୁ ଭାଗ୍ୟ ମାଝୀଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଭୁକ୍ତ କରି କାର୍ଡ ପ୍ରଦାନ କରିବା ସହିତ ୧୦ କେଜି ଚାଉଳ ପ୍ରଦାନ କରିଛନ୍ତି। ତା’ ସହିତ ସେ ରହୁଥିବା କୁଡ଼ିଆର ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଶ୍ରୟ ଗୃହରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀ ଟୁଡୁଙ୍କ ସହିତ ଶୁଭାଶିଷ ଝାଙ୍କର ମଧ୍ୟ ଉପସ୍ଥିତ ଥିଲେ।

By amfnews

Related Post